ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି
ନୀଳାଦ୍ରିମହୋଦୟ, ବାମଦେବସଂହିତା ତଥା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥି ଅନୁଯାୟୀ ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ଦୈନନ୍ଦିନ ନୀତି ପରିଶ୍ଚଳିତ ହୋଇଆସୁଅଛି । ଶ୍ରୀମନ୍ଦିରରେ ପ୍ରଚଳିତ ନୀତି ସବୁ ବହୁ ପୁରାତନ । ଶ୍ରୀଜଗନ୍ନାଥ ମନ୍ଦିର ଏକ ନୀତି ବହୁଳ ମନ୍ଦିର । ଏତେ ବ୍ୟାପକ ନୀତି ଓ ଏତେ ସଂଖ୍ୟକ ସେବକ କୌଣସି ଦେବତାଙ୍କ ପାଖରେ ପରିଲକ୍ଷିତ ହୁଏ ନାହିଁ । ୧୮୦୩ ମସିହାରେ ଇଂରେଜ ସରକାର ଶ୍ରୀମନ୍ଦିରକୁ ନିଜ ଦଖଲକୁ ନେଲେ । ସେ ସମୟରେ ପୁରୀରେ ନିଯୁକ୍ତ କଲେକ୍ଟର ୱର୍ଲସ ଗ୍ରୋମ୍ କଟକରେ ଅବସ୍ଥାପିତ ପ୍ରାଦେଶିକ କମିଶନରଙ୍କୁ ଏକ ସୁଦୀର୍ଘ ଚିଠା ପ୍ରସ୍ତୁତ କରି ୧୮୦୫ ମସିହା ଜୁନ୍ ମାସରେ ଶ୍ରୀମନ୍ଦିରର ଟିକ୍ନିକ୍ ତଥ୍ୟ ଉପସ୍ଥାପନା କରିଥିଲେ ।
Spiritual
•
18
Oct 2023 12:30 PM
•
•