ଭଗବାନଙ୍କ ପ୍ରତି ସର୍ବଦା ଧ୍ୟାନ ଦେବା ଉଚିତ

ପାଖରେ ଧନ ଥିଲେ ମନୁଷ୍ୟ ନିଜକୁ ବଡ଼ ମନେ କରେ । କିନ୍ତୁ ପ୍ରକୃତରେ ସେ ବଡ଼ ହୁଏ ନାହିଁ, ବରଂ ଛୋଟ ହୋଇଯାଏ । ଧ୍ୟାନ ଦିଅନ୍ତୁ ମନୁଷ୍ୟ ବଡ଼ ହେବାର ଅର୍ଥ ସେ ବାସ୍ତବରେ ଧନ ବିନା ଛୋଟ ବୋଲି ପ୍ରମାଣିତ ହେଲା ‌। ଧନକୁ ନେଇ ଅଭିମାନ କରୁଥିବା ବ୍ୟକ୍ତି ନିଜେ ହିଁ ନିଜର ତିରସ୍କାର ଓ ଅପମାନ କରି ତଥା ନିଜକୁ ଛୋଟ କରି ନିଜ ଠାରେ ବଡପଣର ଅଭିମାନ କରେ । ବାସ୍ତବରେ ଆପଣ ନିରନ୍ତର ସ୍ଥାୟୀ ଏବଂ ଧନ,ମାନ, ବଡିମା, ପ୍ରଶଂସା, ନୀରୋଗତା, ପଦ, ଅଧିକାର ପ୍ରଭୃତି ଆସନ୍ତି ଏବଂ ଚାଲି ଯାଆନ୍ତି । ଠିକ୍ ସେହିପରି ନିର୍ଦ୍ଧନତା, ନିନ୍ଦା, ରୋଗାଦି ଯୋଗୁଁ ନିଜକୁ ଛୋଟ ମନେ କରିବା ମଧ୍ୟ ଭୁଲ୍ । ଆଗମନ ପ୍ରତ୍ୟାଗମନ- ଶୀଳ ବସ୍ତୁ ଦ୍ଵାରା କେହି ଛୋଟ ବଡ଼ ହୁଏ ନାହିଁ ।

Spiritual

08
Nov
2023 8:00 PM


ଭଗବାନଙ୍କ ପ୍ରତି ସର୍ବଦା ଧ୍ୟାନ ଦେବା ଉଚିତ