ବାନରୀ କୁଣ୍ଡ
ସୁଯୋତି ସନ୍ୟାସୀଙ୍କ ବ୍ରହ୍ମଲୀନ ହେବା ପରେ ପାପନାଶିନୀ ତୀର୍ଥ ସ୍ଥାନ ନାନବିଧ ତରୁ ତୃଣ ପୂର୍ଣ୍ଣ ବନରେ ପୂର୍ଣ୍ଣ ହୋଇଗଲା। ନାନବିଧ ସୁନ୍ଦର ବୃକ୍ଷ ରାଜିରେ ସୁଶୋଭିତ ହେଲା ପାପନାଶିନୀ ତୀର୍ଥ। ଏହିପରି କିଛି କାଳ ଅନ୍ତେ ଫଳ ପୁଷ୍ପ ପ୍ରତି ଆକୃଷ୍ଟ ହୋଇ ସେହି ବନକୁ ପ୍ରବେଶ କଲେ ଏକ ବାନର ଦଳ। ସେହି ବାନର ଦଳରେ ଥିବା ଏକ ବାନରୀ ଫଳ ଭକ୍ଷଣ ନିମନ୍ତେ ଆକୃଷ୍ଟ ହୋଇ ଲମ୍ଫ ପ୍ରଦାନ କରିବାରୁ ସେଠାରେ ଥିବା ଲତା କଣ୍ଟକ ପରିବେଷ୍ଟିତ ବାଂଶ ବୃକ୍ଷରେ ଫଶି ଯାଇ ଆଉ ନିଜକୁ ମୁକୁଳେଇ ପାରିଲା ନାହିଁ। ସେଇଠାରେ କଷ୍ଟ ପାଇ ନିଜର ଦେହ ତ୍ୟାଗ କଲା। ଯେହେତୁ ପାପନାଶିନୀ ତୀର୍ଥ ପଶୁ ଯୋନିରୁ ମୁକ୍ତିକାରିଣୀ ଅଟେ ତେଣୁ ଯେତେବେଳେ ସେହି ବାନରୀର ଅବଶେଷ ମାନ ସବୁ ପାପନାଶିନୀ ଗର୍ଭରେ ପଡିଲା ସେତେବେଳେ ତାକୁ ଏହି ଜନ୍ମରୁ ମୁକ୍ତି ମିଳିଗଲା।
ప్రయాణం
•
02
Sep 2023 8:28 PM
•
•