ଅଣସର ପଞ୍ଚମୀରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ ଲାଗି

ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ । ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ l ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ପ୍ରଥମେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ବିଜେ କରା ଯାଇଥାଏ l ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯାଏ l 

Spiritual

09
Jun
2023 9:35 PM


ଅଣସର ପଞ୍ଚମୀରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ ଲାଗି