ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ 

ଭାରତୀୟ ଧର୍ମଭାବନା କ୍ଷେତ୍ରରେ ଶାକ୍ତ ଧର୍ମ ଓ ଶକ୍ତି ଉପାସନା ଅତି ପ୍ରାଚୀନ । ପ୍ରାକ୍ ବୈଦିକ ଯୁଗରୁ ଏପରିକି ମନୁଷ୍ୟ ସୃଷ୍ଟିର ଉନ୍ମେଷ କାଳରୁ ଶକ୍ତି ଉପାସନା ପ୍ରଚଳିତ ହୋଇଥିବାର ପ୍ରମାଣ ଉପଲବ୍ଧ ହେବା ସହିତ ସାମ୍ପ୍ରତିକ ଆଧ୍ୟାତ୍ମିକ ଚେତନାରେ ଶକ୍ତିପୂଜା ଏକ ସର୍ବଜନୀନ ସ୍ଵୀକୃତିଲାଭ କରିଅଛି। ବିଶ୍ଵର ଅପରା ପ୍ରକୃତିକୁ ମନୁଷ୍ୟ ତା’ର କଳ୍ପନା ଶକ୍ତି ବଳରେ ବିଭିନ୍ନ ରୂପରେ ରୂପାୟିତ କରି ପୂଜାର୍ଚ୍ଚନା କରିଆସୁଅଛି । ତେଣୁ ଦେବୀ ସରସ୍ଵତୀଙ୍କୁ ଜ୍ଞାନ ସ୍ଵରୂପରେ  ପାର୍ବତୀଙ୍କୁ ମାତୃତ୍ୱ ସ୍ଵରୂପରେ ଗୌରୀଙ୍କୁ ପ୍ରେମ ସ୍ଵରୂପରେ ରୁଦ୍ରାଣୀଙ୍କୁ କ୍ରିୟା ସ୍ଵରୂପରେ  ନାରାୟଣୀଙ୍କୁ ଆନନ୍ଦ ସ୍ୱରୂପରେ  ଚାମୁଣ୍ଡାଙ୍କୁ ଅଧିକାର ସ୍ଵରୂପରେ  ଗଙ୍ଗାଙ୍କୁ ଭାବନା ସ୍ଵରୂପରେ  ଲକ୍ଷ୍ମୀଙ୍କୁ ଧନ ସ୍ୱରୂପରେ  କାଳୀଙ୍କୁ ସିଂହାର ସ୍ୱରୂପରେ ପୂଜା କରି ଆଶିଷ ଲାଭକରି ଆସୁଅଛି ।

Culture

20
Oct
2023 8:43 PM


ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ