ତାଳଧ୍ଵଜ ରଥରେ ପାର୍ଶ୍ଵଦେବତା କୁମାର ସ୍କନ୍ଦ କାର୍ତ୍ତିକେୟ
ସାଧାରଣତଃ ଦେଖାଯାଏ ପୁରୁଷ ପ୍ରକୃତିର ମିଳନରେ ପ୍ରଜନ୍ମ ସୃଷ୍ଟିଲାଭ କରେ। କିନ୍ତୁ ଭାରତୀୟ ବେଦବେଦାନ୍ତର ସୂଚନା ଅନୁଯାୟୀ ତପସ୍ଵୀମାନେ ବିନା ପ୍ରକୃତିରେ ସାହଚର୍ଯ୍ୟରେ ସନ୍ତାନ ଉତ୍ପାଦନ କରିବା ନିମିତ୍ତ ସମର୍ଥ ଥିଲେ। ଏହି ପରିପ୍ରେକ୍ଷୀରେ ଦ୍ରୋଣ, ଶୁକ, ଋଷ୍ୟଶୃଙ୍ଗ ଆଦି ଜନ୍ମଲାଭ କରିଥିଲେ।ମହ୍ମାଯୋଗୀ ଶିବ,ସେ ପୁରୁଷ ସ୍ଵରୂପ ଏବଂ ମହାଦେବୀ ପାର୍ବତୀ ପ୍ରକୃତି ସ୍ଵରୂପିଣୀ।ଯେପରି ଭାବରେ ବିନା ପୁରୁଷର ସହାୟତାରେ ପ୍ରକୃତି ସ୍ଵରୂପିଣୀ ପାର୍ବତୀଙ୍କ ଠାରୁ ଗଣେଶ ଜନ୍ମଲାଭ କରିଥିଲେ ସେହିପରି ମହାଯୋଗୀ ଶିବଙ୍କ ଠାରୁ ପାର୍ବତୀଙ୍କ ବିନା ସହାୟତାରେ କାର୍ତ୍ତିକ ଜନ୍ମଲାଭ କରିଥିଲେ।
Spiritual
•
12
Jun 2023 9:10 PM
•
•